Search this site
Embedded Files
Skip to main content
Skip to navigation
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
More
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
ହୃଦୟର କାନଭାସରେ
ପ୍ରାଧ୍ୟାପିକା ଜ୍ୟୋତ୍ସ୍ନା ରାୟ
ଆଖିବୁଜି ଭାବିଦେଲେ ଥରେ
ଆଙ୍କିହୋଇଯାଏ ଆପେଆପେ
ତୋ ମମତ୍ୱର ଛଳଛଳ ଛବିଟିଏ
ମୋ ହୃଦମନ୍ଦିରରେ,
ସହସ୍ରାର ଚକ୍ରେ ପ୍ରସ୍ଫୁଟିତ ପଦ୍ମ ସମ
ମନଟା ସାରା ଝଲସିଯାଉ ତୁ ।।
ଖୁବ୍ ଅନ୍ତରଙ୍ଗତାର ଛାପଟେ
ଛାଇ ହୋଇଯାଏ ସମଗ୍ର ସତ୍ତାରେ
କାହିଁ କେତେକାଳୁ ନିଦେଇ ଶୋଇଥିବା
ନିଵିଡ଼ ସମ୍ପର୍କଟା ଭିଡ଼ି ମୋଡି
ଉଠି ବସେ ତୋ ମୋ ମଝିରେ
ପୁଲକିଉଠେ ଅପୂର୍ବ ଶିହରଣରେ
ଭୁଲିଯାଏ ସଂସାରର ମାୟାମୋହ
ମାଆ ବୋଲି ଡାକିଦିଏ
ଆକୁଳରେ ଅସ୍ଫୁଟଶବ୍ଦରେ
ଠିକ୍ ମନେ ପଡୁନି ଦିନ ବାର
କେବେ କଜ୍ଜଳ ହୋଇ
ଲାଖିଗଲୁ ତୁ ମୋ ଆଖିରେ
ବିଶ୍ୱାସ ହୋଇ ଗଜୁରିଲୁ ମୋ ହୃଦରେ
ଛମଛମ୍ ହୋଇ ଛାଇଗଲୁ ମୋ ଛାତିରେ
ମନେ ପଡୁନି ବି ମାଆ
କେବେ ଅଳତା ହୋଇ
ଲେଖିହେଲି ତୋ ପାଦରେ
ଲୁହ ହୋଇ ଝରିଲି
ଅଳି ହୋଇ ଗୁଣୁଗୁଣେଇଲି
ତୋ ଚରଣାରବିନ୍ଦରେ
ଆପଣେଇ ନେଲୁ ତୁ
ବାତ୍ସଲ୍ୟପ୍ରେମରେ
ଭିଜାଇଲୁ ସ୍ନେହ ପଣତରେ।
ମୁଁ ଭରସିଗଲି ବିଶ୍ବାସରେ
ଅନୁଭବିଲି ନିଶ୍ୱାସପ୍ରଶ୍ବାସରେ
ବଞ୍ଚି ଶିଖିଲି ତୋରି ସାର୍ନ୍ନିଧ୍ୟରେ ।।
ଜାଣୁ ମାଆ, ତୋତେ ଦେଖିଲେ ହିଁ
ବୋଉ ଭାରି ମନେପଡେ ....ମୋର
ଯିଏ ପାରୁଥିଲା ଡାକିଆଣି
ତୋତେ ତା ଅଚଳା ଭକ୍ତିରେ
ଆପଣାର ମଣୁଥିଲା ଚିରକାଳ
ଦୁଃଖରେ ସୁଖରେ
ତୁ କୁଆଡ଼େ ସାହା ଥିଲୁ ତା'ର
ଜନ୍ମ ଜନ୍ମାନ୍ତରେ
ସିଏ କହେ-
ଉଭେଇଯାଏ ବିପଦ
ଲୁଚିଯାଏ ପାପତାପ
କେବଳ ତ୍ରିବାର ତୋ
ନାମ ଉଚ୍ଚାରିଲେ
ମୁକ୍ତି ମିଳେ ନବଧା ଭକ୍ତିରେ -
ତୋତେ ଆରାଧନା କଲେ
ଓଁ ଦୁଂ ଦୁର୍ଗାୟୈ ନମଃ କହି
ଭକ୍ତିପୂତ ଚିତ୍ତନେଇ
ତୋ ପାଦରେ ଶରଣ ପଶିଲେ
କୃପା ଭିକ୍ଷା କଲେ..
ଅଭୟଦାୟିନୀ ମାଆ
ସଞ୍ଚରି ଯାଆ ଆଜି ସବୁରି ହୃଦରେ
ସବୁରି ହୃଦରେ ମାଆ
ତୋ'ର ସେଇ ବରଦ ମୁଦ୍ରାରେ
ପାର୍ବଣର ଶୁଭ ମୁହୂର୍ତ୍ତରେ ।।
ବାଲେଶ୍ବର ୮୭୬୩୧୪୧୦୨୨
Google Sites
Report abuse
Page details
Page updated
Google Sites
Report abuse