Search this site
Embedded Files
Skip to main content
Skip to navigation
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
More
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
ପୂଜା ଆରାଧନା
ପ୍ରାଧ୍ୟାପିକା ଜ୍ୟୋତ୍ସ୍ନା ରାୟ
ଜଗନ୍ମାତ ଆସିବେ ବୋଲି
ଏତେସବୁ ପଟୁଆର
ପୂଜା ଉପଚାର
ପାଞ୍ଜିଦେଖା ଚାନ୍ଦାଉଠା
ପୂଜା ନିମନ୍ତ୍ରଣ
ମୂର୍ତ୍ତିଗଢା ବିଲ୍ୱବରଣ
ରମ୍ଭାବୃକ୍ଷେ ନବବସ୍ତ୍ର
ପୁଷ୍ପମାଲ୍ୟ କରନ୍ତି ପ୍ରଦାନ
ମୃନ୍ମୟୀ ମୂର୍ତ୍ତିରେ ହୁଏ
ପ୍ରାଣ ସଞ୍ଚରଣ
ବ୍ରାହ୍ମଣର ବେଦପାଠ
ମନ୍ତ୍ର ଉଚ୍ଚାରଣ
ଦେବୀସୂକ୍ତ ଚଣ୍ଡୀପାଠ
ଭବ୍ୟ ପୂଜାର୍ଚ୍ଚନ
ମଣ୍ଡପରେ ସାଜସଜ୍ଜା
ଆଲୋକ ତୋରଣ
ବାଦ୍ୟଝଙ୍କାରେ ମୋହିତ
ଗଗନ ପବନ
କର୍ତ୍ତା କର୍ତ୍ତ୍ରୀ ଭକ୍ତଜନ
ଭକ୍ତିଭାବେ ମଗ୍ନ
ଯୋଡ଼ହସ୍ତେ କରିଥାନ୍ତି
ଦେବୀ ଆବାହନ
ଶକ୍ତି ଆରାଧନ କରେ
ଦୁର୍ଗତି ନାଶନ
ବରଦା ମାତ କରିବେ
ଯାତନା ମୋଚନ
ନବଦିନବ୍ୟାପି ପୂଜା
ନବରୂପା ଦେବୀ ଆବାହନ
ଷୋଡ଼ଶ ଉପଚାରେ ପୂଜା
ଧୂପ ଦୀପ ନଇବେଦ୍ୟ ଦାନ
ଗହଗହ ବେଦ ନାଦେ
ମହମହ ମଣ୍ଡପ ଆସ୍ଥାନ
ପ୍ରଥମରେ ଶୈଳପୁତ୍ରୀ ପୂଜା
ଦ୍ବିତୀୟେ ବ୍ରହ୍ମଚାରିଣୀ
ତୃତୀୟରେ ଚନ୍ଦ୍ରଘଣ୍ଟା ଶୋଭା
ଚତୁର୍ଥେ ଦେବୀ କୁଷ୍ମାଣ୍ଡା
ପଞ୍ଚମରେ ସ୍କନ୍ଦମାତା
ଷଷ୍ଠେ କାତ୍ୟାୟିନୀ ଦେବୀ
ସପ୍ତମୀରେ କାଳରାତ୍ରି ଉଭା
ଅଷ୍ଟଦିନେ ମହାଗୌରୀ
ନବମୀରେ ସିଦ୍ଧିଦାତ୍ରୀ ପରମ ଆରାଧ୍ୟା
ନବଦୁର୍ଗା କୁମାରୀ ପୂଜନ
ନାରୀ ନାରାୟଣୀ ବେଶ
ଅପୂର୍ବ ଶୋଭାସମ୍ଭାର
ସମ୍ମୋହିତ କରେ ମନପ୍ରାଣ
ବିଜୟା ଦଶମୀଦିନ
ଶାରଦୀୟ ପୂଜାବିଧି ହୁଏ ସମାପନ
ମାତାଙ୍କର ସ୍ବଗୃହ ଗମନ
ମୃନ୍ମୟୀପ୍ରତିମା କରି ଜଳେ ବିସର୍ଜନ
ନୟନୁ ଲୋତକ ଝରେ
ବିଷାଦରେ ଭରିଯାଏ ମନ ।।
ବାଲେଶ୍ବର ୮୭୬୩୧୪୧୦୨୨
Google Sites
Report abuse
Page details
Page updated
Google Sites
Report abuse