Search this site
Embedded Files
Skip to main content
Skip to navigation
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
More
Home
YogaGuru
DivineGuru
LiteratureGuru
Jyotsna Roy
Durga Durgatinasini
Ma mo Dharaku Asiba
Hryudayara canvasre
Jay Jagadambe
Puja Aradhana
Durbara Ichha
Bachhalyara ChhamanAthaGunth
About Us
ମାଆ ମୋ' ଧରାକୁ ଆସିବ
ପ୍ରାଧ୍ୟାପିକା ଜ୍ୟୋତ୍ସ୍ନା ରାୟ
ବରଷକେ ଥରେ ମାଆ ମୋ ଆସିବ
ମରତ ମାଟିରେ ଶରତ ହସିବ
ଜଗତଜନନୀ ଦୁର୍ଗତିନାଶିନୀ
ସୁଖ ଶାନ୍ତି ପ୍ରୀତି ଭରିବ
ଶକ୍ତିମୟୀ ସେ ସିଂହବାହିନୀ
ଦାନବ ସଂହାର କରିବ।।
ମହାମାୟା ସେ ଯେ ଦୁର୍ଗା ଭବାନୀ
ଅନ୍ତର ଦୁଃଖ ବୁଝିବ
ଭବ ସାଗରର ଯେତେ ହଳାହଳ
ସବୁ ବିଷ ସିଏ ହରିବ
ତା ଶୁଭାଗମନେ ସାରା ସଂସାରଟା
ନିଆରା ନିଆରା ଲାଗିବ
ନବୀନ ପୁଲକେ ପୁଲକିତ ଧରା
ନୂଆ ସୂରୁଯଟେ ଉଇଁବ।।
ବରଷକେ ଥରେ ମାଆ ମୋ ଆସିବ
ମରତମାଟିରେ ସରଗ ହସିବ
ଦୁଃଖଯାତନା ହଜିଯିବ ଦୂରେ
ସୁଖର ପସରା ମେଲିବ
ନାନାଜାତି ଫୁଲ ଫୁଆରେ ଫୁଆରେ
ପ୍ରଜାପତି ଗୀତ ଗାଇବ
କାଶତଣ୍ଡୀ ଝୁମି ନାଚିବ
ଖୁସିର ମୁକୁତା ଝରିବ
ଶଙ୍ଖ ହୁଳହୁଳି ଉଛୁଳିପଡ଼ିବ
ଓଁକାର ନାଦ ଶୁଭିବ
ଭକତି ପ୍ରଦୀପ ଜଳିବ
ଅଗୁରୁ ଚନ୍ଦନ ମହମହ ବାସେ
ନବ ଉନ୍ମାଦନା ଭରିବ
ମାଆ ମୋ ଦୋଳାରେ ଆସିବ
ଷୋଡ଼ଶ ପୂଜାର ଉପଚାରେ ସିଏ
ପୂଜା ମଣ୍ଡପରେ ବସିବ
ଦରଶନେ ତାର ନାହିଁ ଭେଦାଭେଦ
ଭକତଙ୍କ ଭିଡ଼ ଜମିବ।।
ମହକିତ ହେଵ ଗଗନ ପବନ
ଚାରୁଚନ୍ଦ୍ରମା ଚୁମିବ
ଚପଳା ଚମକି ଚାହିଁବ
ଦେବଦେବୀଗଣ ପୁଷ୍ପ ବରଷିବେ
ଗହଳଚହଳ ଲାଗିବ
ଚତୁର୍ଦିଗେ ଖାଲି ମାଆ ମାଆ ସ୍ୱନ ...
ମାତୃ ହୃଦୟ ଦହିବ
ମମତାର ମଧୁ ଝରିବ
ପଣତଟା ତାର ସନ୍ତାନେ ଛୁଇଁ
ମହମହ ହୋଇ ବାସିବ
ସୁଖର ସରଗ ହସିବ।।
ବାଲେଶ୍ବର ୮୭୬୩୧୪୧୦୨୨
Google Sites
Report abuse
Page details
Page updated
Google Sites
Report abuse